Back
केन्दुज़र वन विभाग ने अस्वस्थ हाथी को एंटीबायोटिक देकर इलाज शुरू किया; हालत में सुधार
AMABHAYA MOHANTY
Nov 23, 2025 09:33:44
Keonjhar, Odisha
ଆଙ୍କର: ଅସୁସ୍ଥ ମାଖନ୍ ହାତୀକୁ ପୁନର୍ବାର ଆଣ୍ଟିବାୟୋଟିକ୍ ଦେଇଛି କେନ୍ଦୁଝର ବନ ବିଭାଗ | ତେଲକୋଇ ରେଞ୍ଜରେ ଗତ ୧୧ ତାରିଖରେ ଏହି ହାତୀକୁ ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା ଆରମ୍ଭ କରିଥିଲା ବନ ବିଭାଗ । ଗତ କିଛି ଦିନ ପୂର୍ବେ ଦନ୍ତାହାତୀଙ୍କ ସହ, ମାଡ଼ଗୋଳ ଲାଗିବା କାରଣରୁ ଏହି ମାଖନ୍ ହାତୀ ଆହତ ହୋଇଥିଲା । ହାତୀ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇ ପୂଜ ଜମି ଯାଇଥିଲା । ଏହାର କିଛି ଦିନ ପରେ, ପୁଣି କିଛି ଦନ୍ତାହାତୀ ଏହି ମାଖନ୍ ହାତୀକୁ ଆକ୍ରମଣ କରିବାରୁ ଏହି ହାତୀ ଅଧିକ ଅସୁସ୍ଥ ହୋଇ ଧୀରେ ଧୀରେ ଚାଲୁଥିଲା । ଗତ ୧୧ ତାରିଖରେ ତେଲକୋଇ ରେଞ୍ଜ ଉଦୟଗିରି ଗାଁ ପାଖ ଏକ ହୁଡ଼ିରେ ହାତୀକୁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା । ଏହାପରେ ହାତୀର ମୁହଁ ଘୋଡ଼ାଇ ତାର ବାମ ଆଗଗୋଡ଼, ଶରୀରର ଅନ୍ୟ ଭାଗରେ ଥିବା କ୍ଷତ ସ୍ଥାନରୁ ପୂଜ ବାହାର କରି ସେସବୁ ସ୍ଥାନକୁ ସଫା କରି ସେଠାରେ ଔଷଧ ପ୍ରୟୋଗ କରାଯାଇଥିଲା । ଏହାପରେ ହାତୀକୁ ଆବଶ୍ୟକୀୟ ଔଷଧ ଦିଆଯାଇ ଜଙ୍ଗଲରେ ଛଡ଼ାଯାଇଥିଲା । ଏସବୁ କାର୍ଯ୍ୟ ଡ଼ାକ୍ତର ଙ୍କ ସହ, ବନବିଭାଗର ଏକ ୧୦ଜଣିଆ ଟିମ୍ କରିଥିଲେ । ଏହାପରେ ଏହି ଅସୁସ୍ଥ ମାଖନ୍ ହାତୀର ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଦେଖାଯାଇଥିବା ସୂଚନା ଦେଇଛନ୍ତି କେନ୍ଦୁଝର DFO. ଏହି ମାଖନ୍ ହାତୀକୁ ପୁନର୍ବାର ଡାର୍ଟ ସାହାୟ୍ୟରେ ଆଣ୍ଟିବାୟୋଟିକ୍ ଦିଆ ଯାଇଥିବା ସେ କହିଛନ୍ତି l
111
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
AOAjay Ojha
FollowNov 23, 2025 11:00:560
Report
ASAmit Singh
FollowNov 23, 2025 11:00:350
Report
MKManitosh Kumar
FollowNov 23, 2025 10:55:5770
Report
STSATISH TAMBOLI
FollowNov 23, 2025 10:54:2970
Report
AMAbhishek Mathur
FollowNov 23, 2025 10:54:2120
Report
JSJitendra Soni
FollowNov 23, 2025 10:54:0338
Report
SSsubhash saheb
FollowNov 23, 2025 10:53:0968
Report
SLSanjay Lohani
FollowNov 23, 2025 10:52:1120
Report
DSDurag singh Rajpurohit
FollowNov 23, 2025 10:51:5815
Report
ANAnil Nagar1
FollowNov 23, 2025 10:51:350
Report
KSKISHORE SHILLEDAR
FollowNov 23, 2025 10:51:110
Report
BSBHUPENDAR SINGH SOLANKI
FollowNov 23, 2025 10:50:550
Report
KBKuldeep Babele
FollowNov 23, 2025 10:50:330
Report
SKSACHIN KASABE
FollowNov 23, 2025 10:50:020
Report
RKRaj Kishore Soni
FollowNov 23, 2025 10:49:430
Report