Back
Paradip में BJP विधायकों के लिए विधानसभा चुनाव से पहले वोटिंग ट्रेनिंग शुरू
NBNARAYAN BEHERA
Mar 15, 2026 09:01:05
Paradeep, Odisha
ପାରାଦୀପ ରେ ବିଜେପି ବିଧାୟକ, ଟ୍ରେନିଂ ନେଇ ସୋମବାର ଦେବେ ଭୋଟ୍। ଆଉ ମାତ୍ର ଦିନକ ପରେ ଅର୍ଥାତ ଆସନ୍ତା କାଲି ସୋମବାର ରାଜ୍ୟସଭା ନିର୍ବାଚନ। ଏନେଇ ପାରାଦୀପ ରେ ପହଞ୍ଚିଛନ୍ତି ବିଜେପି ଦଳ ର ସମସ୍ତ ବିଧାୟକ। ଭୁବନେଶ୍ଵରୁ ୩ ଟି ସ୍ଵତନ୍ତ୍ର ବସରେ ଏହି ବିଧାୟକ ମାନେ ଆସି ପାରାଦୀପ ଠାରେ ପହଞ୍ଚି ରାତ୍ରିଯାପନ କରିଛନ୍ତି । ଏଠାରେ ବିଜେପି ବିଧାୟକଙ୍କୁ ଭୋଟ୍ ଦେବା ନେଇ ଟ୍ରେନିଂ ଦିଆଯିବ। ରାଜ୍ୟସଭା ପ୍ରାର୍ଥୀଙ୍କୁ କେମିତି ଭୋଟ୍ ଦିଆଯିବ ତାର ଟ୍ରେନିଂ ଦିଆଯିବ। ଏନେଇ ପାରାଦୀପ ରେ ପହଞ୍ଚିଛନ୍ତି ବିଜେପି ର ସମସ୍ତ ବିଧାୟକ।ଏହା ଓଡ଼ିଶା ରାଜ୍ୟ ଶାସନରେ ଥିବା ବିଜେପିର ଅଧିକାଂଶ ବିଧାୟକ ନୂଆ କରି ନିର୍ବାଚିତ ହୋଇଛନ୍ତି। ଆଉ ପ୍ରଥମ ଥର ସେମାନେ ରାଜ୍ୟସଭା ନିର୍ବାଚନରେ ଭୋଟ୍ ଦେବାକୁ ଯାଉଛନ୍ତି। ରାଜ୍ୟରେ ଯେଉଁଭଳି ଭାବେ ଚତୁର୍ଥ ଆਸନକୁ ନେଇ ଶାସକ ଓ ବିରୋଧୀ ମଧ୍ୟରେ ବଳ କଷାକଷି ହେଉଛନ୍ତି, ସେଥିରେ ପ୍ରତିଟି ବିଧାୟକଙ୍କ ଭୋଟ୍ ନିଶ୍ଚିତ ରୂପେ ଅନେକ ମୂଲ୍ୟବାନ, ତାହା ସଂପ୍ରତି ରାଜନୀତିକୁ ଦେଖିଲେ ଜାଣି ହେଉଛି। ତେଣୁ ଗୋଟିଏ ବି ଭୋଟ୍ ଯେମିତି ନାକଚ ନ ହୁଏ ତାକୁ ଦୃଷ୍ଟିରେ ରଖି ବିଜେପି ନିଜ ବିଧାୟକଙ୍କୁ ଉପଯୁକ୍ତ ଟ୍ରେନିଂ ଦେବା ପାଇଁ ପାରାଦୀପ ରେ ପହଞ୍ଚିଛନ୍ତି ବିଜେପି ର ସମସ୍ତ ବିଧାୟକ। ଦଳୀୟ ସଭାପତିଙ୍କଠୁ ନେଇ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ସମସ୍ତେ ପାରାଦୀପ ରେ ଉପସ୍ଥିତ ରହିବେ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ପହଞ୍ଚି ଉପସ୍ଥିତ ରହି ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ସମସ୍ତ ବିଧାୟକ ସଂପୃକ୍ତ ରହି କିପରି ଭୋଟ ଦିଆଯିବ ସନେଇ ଟ୍ରେନିଂ ଦିଆଯିବ । ଟ୍ରେନିଂ ପରେ ସବୁ ବିଧାୟକ ସୋମବାର ସକାଳେ ବିଧାୟକ ମାନେ ସିଧା ବସ ଯୋଗେ ଆସି ବିଧାନସଭା ରେ ପହଞ୍ଚି ସେମାନେ ଭୋଟଦାନ କାର୍ଯ୍ୟକ୍ରମରେ ଯୋଗ ଦେବେ। ତେବେ ପାରାଦୀପ ରେ ବିଜେପି ଦଳର ବିଧାୟକମାନେ ପହଞ୍ଚିବା ପରେ ପାରାଦୀପ ରେ ଥିବା ସମସ୍ତ ପାରାଦୀପ ବିଜେପି ଦଳୀୟ କର୍ମୀମାନେ ବିଧାୟକ ମାନଙ୍କୁ ସ୍ବାଗତ କରିବା ସହିତ ଉତ୍ସାହିତ ଥିବା ଦେଖିବାକୁ ମିଳିଛି।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
ADAnup Das
FollowMar 15, 2026 10:07:1819
Report
NSNeha Sharma
FollowMar 15, 2026 10:05:5439
Report
ASAshok Singh Shekhawat
FollowMar 15, 2026 10:05:4393
Report
ASAshok Singh Shekhawat
FollowMar 15, 2026 10:05:3221
Report
MPMAHESH PARIHAR1
FollowMar 15, 2026 10:05:1921
Report
ASAshok Singh Shekhawat
FollowMar 15, 2026 10:05:01100
Report
GPGovind Prasad Pandey
FollowMar 15, 2026 10:04:4779
Report
PKPrashant Kumar
FollowMar 15, 2026 10:03:4664
Report
SDSuresh Diwakar
FollowMar 15, 2026 10:03:1849
Report
ADArvind Dubey
FollowMar 15, 2026 10:03:0516
Report
HDHARSH DWIVEDI
FollowMar 15, 2026 10:02:504
Report
PPPraveen Pandey
FollowMar 15, 2026 10:02:373
Report
ASAVNISH SINGH
FollowMar 15, 2026 10:02:280
Report