Back
Paradip में चीन निर्मित डॉपलर राडार स्थापित, मौसम की चेतावनी पहले से मिलने लगी
NBNARAYAN BEHERA
Feb 02, 2026 08:48:01
Paradeep, Odisha
ପାରାଦୀପରେ ରାଜ୍ୟର ପ୍ରଥମ ଡପଲର୍ ରାଡାର୍ କେନ୍ଦ୍ର। ଚାଇନା ନିର୍ମିତ ରାଡାର୍ ସେଣ୍ଟର ସାତମହଲା ବିଶିଷ୍ଟ। ଏହା ଦୂରରୁ ଫୁଟବଲ୍ ସଦୃଶ୍ୟ ଭଳି ଦେଖା ଯାଇଥାଏ। ଏହି ରାଡାର ଜରିଆରେ ସମଗ୍ର ଦେଶକୁ ବାତ୍ୟା,ଝଡ଼ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଗୁଆ ସୂଚନା ପାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା। ଭୂପୃଷ୍ଠ ଓ ବିଜ୍ଞାନ ବିଭାଗ ପକ୍ଷରୁ ଦେଶରେ ୫ଟି ଡାପଲର୍ ରାଡାର ସ୍ଥାପନ ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଘୋଷଣା କରିଥିଲେ।ହେଲେ ରାଡାର୍ ସ୍ଥାପନ ନିମନ୍ତେ ଜାଗତସିଂହପୁର କିମ୍ବା କେନ୍ଦ୍ରାପଡା ଜିଲ୍ଲା ର କୌଣସି ସ୍ଥାନ ନିର୍ଦ୍ଧାରଣ ହୋଇ ପାରିନଥିଲା। ଶେଷରେ ସରକାର ୨୦୦୯ରେ ଜାଗତସିଂହପୁର ଜିଲ୍ଲା ପାରାଦୀପରେ ସ୍ଥାନ ନିର୍ଦ୍ଧାରଣ କରିବା ପରେ ୨୦୧୦ରେ ଚାଇନା ନିର୍ମିତ ରାଡାର ପାରାଦୀପ ରେ ପହଞ୍ଚିଥିଲା। ତେବେ ଚାଇନା ନିର୍ମିତ ରାଡାର ହୋଇଥିବା ରୁ ବାଲେଶ୍ଵର ଡିଆଇଡିଓ ପକ୍ଷରୁ ଏହାକୁ ବାରଣ କରା ଯାଇଥାଯିଲା। ଏହିପରି ଭାବେ ୫ବର୍ଷ ଅଟକି ରହିବା ପରେ ଶେଷରେ ଏହି ରାଡାର ସ୍ଥାପନ ନିମନ୍ତେ ସ୍ବୀକୃତି ମିଳିଥିଲା। ଭେଲ୍ କମ୍ପାନୀ ପକ୍ଷରୁ ଉକ୍ତ ଚାଇନା ରାଡାର ର କିଛି ସିଗନାଲ୍ ବନ୍ଦ କରାଯିବା ପରେ ଏହାକୁ ପାରାଦୀପ ରେ ସ୍ଥାପନ କରା ଯାଇଥିଲା। ପରେ ୨୦୧୫ ਨଭେମ୍ବର ୨୧ରେ ଲୋକାର୍ପଣ କରାଯାଇଥିଲା। ଏହି ଡାପଲର୍ ରାଡାର ର ବିଶେଷତ୍ୱ ହେଉଛି ବାତ୍ୟା, ଝଡ ଭଳି କୌଣସି ପ୍ରାକୃତିକ ବିପର୍ଯ୍ୟୟ ଭଳି ସମୟରେ ଘଟଣା ର ୫ଦିନ ପୂର୍ବରୁ ଆଗୁଆ ସୂଚନା ପ୍ରଦାନ କରିଥାଏ। ୧୯୯୯ ମହାବାତ୍ୟା ରେ ଉପକୂଳ ଓଡିଶାର ଜାଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ଅନେକ ଅଞ୍ଚଳ କ୍ଷୟକ୍ଷତି ହୋଇଥିଲା। ଯାହାକି ସେ ସମୟରେ ଏପରି ବାତ୍ୟା ସମ୍ପର୍କରେ ସତର୍କ କଲାଭଳି ସୂଚନା ଦେଶରେ ନଥିଲା। ପୂର୍ବରୁ ୧୯୭୦ମସିହାରେ ପାରାଦୀପ ନିଷିଦ୍ଧାଞ୍ଚଳ ସିଗନାଳ୍ ପଏଣ୍ଟ ରେ ଭାରତ ପାଣିପାଗ ବିଭାଗ ପକ୍ଷରୁ ଛୋଟ ରାଡାର୍ ଥିଲେ ମଧ୍ୟ ତାହା କେବଳ ସିଗନାଲ୍ ଜରିଆରେ ବର୍ଷା, ପବନର ଗତି ଓ ତାପମାତ୍ରା ଆଦି ସମ୍ପର୍କରେ ସୂଚନା ମିଳି ପାରୁଥିଲା। ତାହା ସରକାରୀ ଭାବେ ୨୦୧୨ରୁ ବନ୍ଦ ହୋଇଯାଇଛି। ପାରାଦୀପ ରେ ନୂଆ ଡାପଲର ରାଡାର ସ୍ଥାପନ ହେବା ପରେ ବାତ୍ୟା, ଝଡ ବା ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ଏବେ ଆଗୁଆ ୫ଦିନ ପୂର୍ବରୁ ସୂଚନା ମିଳି ପାରୁଛି। ଏପରିକି ଏହି ରାଡାର ସମୁଦ୍ର ର ୫ଶହ କିଳୋମିଟର ପର୍ଯ୍ୟନ୍ତ ଏହା ଅନୁଧ୍ୟାନ କରିଥାଏ ବୋଲି ପାରାଦୀପ ରାଡାର ବିଭାଗୀୟ ଅଧିକାରୀ ଙ୍କ ସୂଚନା ରହିଛି। ତେବେ ୧୯୯୯ ମହାବାତ୍ୟା ପରେ ଅନେକ କିଛି ପରିବର୍ତ୍ତନ ହୋଇଛି। ବାତ୍ୟା ଭଳି କୌଣସି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଗୁଆ ସୂଚନା ପାଇ ପାରୁଥିବା ରୁ ଏବେ ବାତ୍ୟା ସହ ମୁକାବିଲା କରିବା ପାଇଁ ସମସ୍ତେ ପୂର୍ବରୁ ସତର୍କ ହୋଇ ପାରୁଛନ୍ତି। ୨୦କୋଟି ଟଙ୍କାରୁ ଉର୍ଦ୍ଧ ଖର୍ଚ୍ଚରେ ନିର୍ମିତ ଏହି ଡାପଲର ରାଡାର ର ଉଚ୍ଚତା ୩୯ମିଟର ବୋଲି ସୂଚନା ଫଳକରେ ସ୍ପଷ୍ଟ କରାଯାଇଛି。
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
VAVINEET AGARWAL
FollowFeb 02, 2026 10:08:220
Report
SKSantosh Kumar
FollowFeb 02, 2026 10:08:050
Report
KBKuldeep Babele
FollowFeb 02, 2026 10:07:440
Report
AAANOOP AWASTHI
FollowFeb 02, 2026 10:07:220
Report
PCPranay Chakraborty
FollowFeb 02, 2026 10:06:260
Report
AKAshok Kumar1
FollowFeb 02, 2026 10:05:510
Report
SKSantosh Kumar
FollowFeb 02, 2026 10:05:380
Report
MSManuj Sharma
FollowFeb 02, 2026 10:05:050
Report
SKSunny Kumar
FollowFeb 02, 2026 10:04:110
Report
AJAvinash Jagnawat
FollowFeb 02, 2026 10:03:580
Report
VRVIJAY RANA
FollowFeb 02, 2026 10:03:390
Report
KSKAMARJEET SINGH
FollowFeb 02, 2026 10:03:240
Report
SBSharad Bhardwaj
FollowFeb 02, 2026 10:03:080
Report
RBRAKESH BHAYANA
FollowFeb 02, 2026 10:02:520
Report
VKVIJAY KUMAR
FollowFeb 02, 2026 10:02:160
Report