Back
Ganjam760002blurImage

Ganjam - ବିଦ୍ୟାଳୟ ରୁ ୨୦ଫୁଟର ଅହିରାଜ ସାପ ଉଦ୍ଧାର

PREMANANDA PUJARI
May 01, 2025 12:34:56
Brahmapur, Odisha
ଗଜପତି ଜିଲ୍ଲା ରାୟଗଡ ସ୍ଥିତ ସରକାରୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଏକ ବିରାଟକାୟ ଅହିରାଜ ସାପ ଉଦ୍ଧାର । ଗତକାଲି ବିଳମ୍ବିତ ରାତିରେ ୨୦ ଫୁଟ ଲମ୍ବ ର ଅହିରାଜ ସାପ କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦେଖିଥିଲେ। ପରେ ସ୍ଥାନୀୟ ବନ ବିଭାଗ କୁ ଖବର ଦେଇଥିଲେ ହେଲେ ବନ ବିଭାଗ ବିରାଟ ବଡ଼ ଅହିରାଜ ସାପ ହୋଇଥିବାରୁ ଉଦ୍ଧାର କରି ପାରିନଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗଞ୍ଜାମ ଚିକିଟିର ସ୍ନେକ ହେଲ୍ପ ଲାଇନ କୁ ଖବର ଦେଇଥିଲେ। ହେଲ୍ପଲାଇନର ସଦସ୍ୟ ୨ ଘଣ୍ଟା ଧରି ପରିଶ୍ରମ ପରେ ଶ୍ରେଣୀଗୃହରୁ ୨୦ ଫୁଟ ଲମ୍ବର ଅହିରାଜ ସାପକୁ ଉଦ୍ଧାର କରିଥିଲେ। ବନବିଭାଗ ଉପସ୍ଥିତିରେ ସାପଟିକୁ ଜଙ୍ଗଲରେ ଛଡାଯାଇଥିଲା
0
Report

हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|