Back
ओरकेल पुलिस ने कंटेनर से 770 किलो गांजे पकड़ा: चोरों का बड़ा मामला
AMABHAYA MOHANTY
Nov 01, 2025 10:50:41
Keonjhar, Odisha
କଣ୍ଟେନରରେ ସିକ୍ରେଟ ଚ୍ୟାମ୍ବର ଯୋଗେ ଚାଲାଣ ହେଉଥିଲା ଗଞ୍ଜେଇ : ମାଡି ବସିଲା ଓରକେଲ ପୋଲିସ
ମାଲକାନଗିରି ଜିଲ୍ଲା ଓରକେଲ ପୋଲିସ କୁ ପୋଲିସ କୁ ମିଳିଛି ବଡ଼ ସଫଳତା। ଅଭିନବ ଉପାୟରେ କଣ୍ଟେନରରେ ସିକ୍ରେଟ ଚ୍ୟାମ୍ବର ମାଧ୍ୟମରେ ଗଞ୍ଜେଇ ଚୋରା ଚାଲାଣ ବେଳେ ୭୭୦ କିଲୋ ଗଂଜେଇ ଜବତ କରିଛି ଓରକେଲ ପୋଲିସ। ପୋଲିସର ପ୍ରେସ ନୋଟ ଅନुवୟାସୀ ସୋମବାର ଅପରାହ୍ନ ସମୟରେ ଚିତ୍ରକୋଣ୍ଡା ଏସଡିପିଓ ପ୍ରଦୋଷ ପ୍ରଧାନ ତମସା ମୁଖ୍ୟ କେନାଳ ଦେଇ ସୋରଲୁକଣ୍ଡା ବ୍ୟାରେଜ ଆଡକୁ ଏକ ଗଂଜେଇ ଗାଡି ଆସୁଥିବା ବିଶେଷ ସୁତ୍ରୁରୁ ଖବର ପାଇଥିଲେ। ଏହାପରେ ତାଙ୍କ ନିର୍ଦ୍ଦେଶକ୍ରମେ ଥାନାଧିକାରୀ ଧୀରେନ ପଟ୍ଟନାୟକ ଙ୍କ ନେତୃତ୍ୱରେ ଏସଆଇ ମିଲନ ବରିହା ଏବଂ ଟିମ ସୋରଲୁକୋଣ୍ଡା ବ୍ୟାରେଜ ନିକଟରେ ଗାଡ଼ି ଯାଞ୍ଚ କର ibା ଆରମ୍ଭ କରିଥିଲେ। ଗାଡି ଯାଞ୍ଚ ସମୟରେ ଏକ ବଡ଼ ଟ୍ରକ କଣ୍ଟେନର ଟି କାମବେଡା ପଟୁ ଆସୁଥିବା ଦେଖି ଅଟକାଇଥିଲେ। କଣ୍ଟେନରରେ କଣ ସାମଗ୍ରୀ ଥିବା ପୋଲିସ ପଚାରିବାରୁ କିଛି ଜରି ବସ୍ତା ରହିଥିବା ଡ୍ରାଇଭର ଜଣଙ୍କ ଉତ୍ତର ଦେଇଥିଲେ। କଣ୍ଟେନର ଭିତରକୁ ଯାଇ ଯାଞ୍ଚ କରିବା ସମୟରେ ପୋଲିସକୁ ଗଞ୍ଜେଇର ଅଳପ ବାସ୍ନା ବାଜିଥିଲା। ସଙ୍ଗେ ସଙ୍ଗେ ଗାଡି ଟିକୁ ପୋଲିସ ତନ ତନ କରି ଯାଞ୍ଚ କରିବା ପରେ ଟ୍ରକ କଣ୍ଟେନର ଦୂରତା ଏବଂ ଡ୍ରାଇଭର ପଛକୁ ଥିବା ସିକ୍ରେଟ ଚ୍ୟାମ୍ବର ସମ୍ବନ୍ଧରେ ଜାଣିବାକୁ ପାଇଥିଲା। ଯାଞ୍ଚ ପରେ ୧୭ଟି ବସ୍ତାରେ ୭୦୦ କିଲୋ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ଏହାପରେ ଚିତ୍ରକୋଣ୍ଡା ଅତିରିକ୍ତ ତହସିଲଦାର ପ୍ରଶାନ୍ତ ଭତ୍ରାଙ୍କ Uphସ୍ଥିତିରେ ସମସ୍ତ ଗଞ୍ଜେଇ ଓଜନ କରିବା ସହ ଚାଲାଣକାରୀ ମାନଙ୍କୁ ଗିରଫ କରି ଥାନାକୁ ନିଆଯାଇଥିଲା। ଗାଡ଼ିରେ ଡ୍ରାଇଭର ସମେତ ଜଣେ ହେଲପର ଏବଂ ଗାଡି ମାଲିକ ମଧ୍ୟ ଉପସ୍ଥିତ ଥିବା ଜଣାପଡିଛି। GIRAF ୩ ଚାଲାଣକାରୀ ଉତ୍ତରଵଦେଶ ରାଜ୍ୟର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ରାଜ ବାହାଦୂର(୫୫), ଘର ଚିତ୍ରକୁଟ ଜିଲ୍ଲାର ଗଣ୍ଡା ଗ୍ରାମ, ଜେମଶ ଚୌହାନ(୪୫), ଘର ବନ୍ଦା ଜିଲ୍ଲାର ସାହବ ତଲବ ଏବଂ ଅନ୍ୟ ଜଣେ ରିତିକ ଗୁପ୍ତା(୨୫), ବନ୍ଦା ଜିଲ୍ଲାର ପଲାରା ଗ୍ରାମ ବୋଲି ପୋଲିସ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛି। ତେବେ ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଚିତ୍ରକୋଣ୍ଡା ଏସଡିପିଓ ଶ୍ରୀ ପ୍ରଧାନ କହିଛନ୍ତି। ଏଥିସହ ଚାଲାଣକାରୀ ମାନେ ଏହି ଗଂଜେଇ କୁ କାମବେଡା ଅଞ୍ଚଳରୁ ନିଜ ଅଞ୍ଚଳ ଉତ୍ତରପ୍ରଦେଶକୁ ମୋଟା ଅଙ୍କର ଟଙ୍କା ଲୋଭରେ ଚାଲାଣ କରୁଥିବା तଦନ୍ତକାରୀ ଅଧିକାରୀ ଅଜିତ ସିଂ ବରିହା କହିଛନ୍ତି। ତେବେ ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଏହି ଚାଲାଣକାରୀ ମାନଙ୍କ ମୁଖ୍ୟ ମାଲିକ କିଏ ସେନେଇ ପୋଲିସ ଚାଲାଣକାରୀ ମାନଙ୍କ ଫୋନରୁ ତଥ୍ୟ ବାହାର କରି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଆଜି ୩ ଚାଲାଣକାରୀ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଚିତ୍ରକୋଣ୍ଡା ଏସଡିପିଓ ଶ୍ରୀ ପ୍ରଧାନ କହିଛନ୍ତି।
ବାଇଟ
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
Cine star shri Rajpal Yadavji apeals to all sanatani peopls tosupport sanatan ekta padyatra and join
0
Report
0
Report
0
Report
0
Report
0
Report
NTNagendra Tripathi
FollowNov 01, 2025 19:03:090
Report
KSKartar Singh Rajput
FollowNov 01, 2025 19:02:580
Report
AGAbhishek Gour
FollowNov 01, 2025 19:02:440
Report
PSPramod Sinha
FollowNov 01, 2025 19:02:330
Report
ABAnnu Babu Chaurasia
FollowNov 01, 2025 19:02:090
Report
ASASHISH SHRIVAS
FollowNov 01, 2025 19:01:580
Report
KMKuldeep Malwar
FollowNov 01, 2025 19:01:410
Report
VPVEDENDRA PRATAP SHARMA
FollowNov 01, 2025 19:01:330
Report
ASASHISH SHRIVAS
FollowNov 01, 2025 19:01:230
Report
KSKartar Singh Rajput
FollowNov 01, 2025 19:01:080
Report